ଉତ୍କଳ ଦିବସ ସାହିତ୍ୟ ସମାରୋହରେ ସୁସାହିତ୍ୟିକ ଓ କବି ଭାଗିରଥୀ ବେହେରା ଓ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ "ଦିବ୍ୟଧାରା ସାହିତ୍ୟ ସମ୍ମାନ" ପ୍ରଦାନ ଓ କବିତା ସଂକଳନ "ନଦୀର ନାମ ଋତୁମତୀ" ର ଉନ୍ମୋଚନ

ଆଜି ତା ୦୧-୦୪-୨୦୧୮ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଦିବ୍ୟଧାରା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଇତ୍ୟବସରରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ କବି/କବୟିତ୍ରୀ ବୃନ୍ଦ ଯୋଗଦାନ କରିଥିଲେ । ଏହି ସମାରୋହରେ କବି ଶ୍ରୀ ଭାଗିରଥୀ ବେହେରାଙ୍କ କବିତା ସଂକଳନ "ନଦୀର ନାମ ଋତୁମତୀ" ଉନ୍ମୋଚନ ହୋଇଥିଲା ଏବଂ ଶ୍ରୀ ଭାଗିରଥୀ ବେହେରା ଓ ବର୍ଷୀୟାନ କବି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ ଦିବ୍ୟଧାରା ସାହିତ୍ୟ ସଂସଦ ପକ୍ଷରୁ "ଦିବ୍ୟଧାରା ସାହିତ୍ୟ ସମ୍ମାନ" ରେ କରାଯାଇଥିଲା । (ସୌଜନ୍ୟ : ଶୁଭକାନ୍ତ ସାହୁ,  ପୋଲସରା, ବଣମଲ୍ଲୀର ମହକ)

1 comment:

  1. ମୁଁ କୃଷ୍ଣଚନ୍ଦ୍ର ତ୍ରିପାଠୀ ସାର୍ ଙ୍କୁ ପ୍ରାପ୍ତ ସମ୍ମାନ ପାଇଁ ଅଭିନନ୍ଦନ ଜଣାଇବା ସହ ଭାଗିରଥୀ ବେହେରା ସାର୍ ଙ୍କୁ ଉଭୟ ସମ୍ମାନ ଓ ପ୍ରକାଶିତ ପୁସ୍ତକ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

    ReplyDelete

ବଣମଲ୍ଲୀର ମହକକୁ ସମୃଦ୍ଧି ପଥରେ ବାଟ କଢେଇ ନେଉଥିବା ସାରସ୍ଵତ ପ୍ରତିଭା ଗଣ

ଅମ୍ଳାନ ପ୍ରହରାଜ ଏଲିନା କାନୁନଗୋ କବିତା ପଟ୍ଟନାୟକ କିରଣ ମନୀଷା ମହାନ୍ତି କିଶୋର ପଣ୍ଡା ଗୋପାଳ ଚନ୍ଦ୍ର ସାଓ ଜଗବନ୍ଧୁ ସାହୁ ଜିତେନ୍ଦ୍ର ପଣ୍ଡା ତପନ ଦୀକ୍ଷିତ ତୃପ୍ତି ପଣ୍ଡା ତ୍ରିଲୋଚନ ଦାସ ଦୀପ୍ତି ରଞ୍ଜନ ପଣ୍ଡା ଧ୍ରୁବ ଚରଣ ବେହେରା ନରେଶ କୁମାର ବେହେରା ନିଶିକାନ୍ତ କହଲସିଂହ ପ୍ରତିମା ଓଝା ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରଶାନ୍ତ ମହାପାତ୍ର ପ୍ରସନ୍ନଜିତ ସାହୁ ପ୍ରୀତିପ୍ରିୟା ମହାନ୍ତି ବରଦା ପ୍ରସାଦ ରଥ ବିଶ୍ଵ ଭାରତୀ ଦାସ ଭାଗିରଥି ବେହେରା ମହେଶ୍ଵର ସାହୁ ମାଳତୀ ଧଳ ମୃତ୍ୟୁଞ୍ଜୟ ବେହେରା ରାଜେଶ କୁମାର ମୁଣ୍ଡ ରୀତା ଅପରାଜିତା ମହାନ୍ତି ଲକ୍ଷ୍ମୀକାନ୍ତ ପାଢୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଶମ୍ଭୁନାଥ ଦାସ ଶୁଦ୍ଧାଞ୍ଜଳୀ ମିଶ୍ର ସଞ୍ଜୟ କୁମାର ପଣ୍ଡା ସତ୍ୟ ରଞ୍ଜନ ଦାସ ସନ୍ତୋଷ ପଟ୍ଟନାୟକ ସସ୍ମିତା ସାହୁ ସାଧନା ପଣ୍ଡା ସିମାଞ୍ଚଳ ରଣା ସୌମ୍ୟ ରଞ୍ଜନ ପାଲ